Categories: ବାଣିଜ୍ୟ

ଆଜିଠୁ ୩ ଦିନିଆ ସାମୁଦ୍ରିକ ସମାରୋହ

ଭୁବନେଶ୍ୱର, ୧୭।୧୦: ଗ୍ଲୋବାଲ ମେରିଟାଇମ୍‌ ଇଣ୍ଡିଆ ଶିଖର ସମ୍ମିଳନୀ (ନୂଆଦିଲ୍ଲୀ,୧୬।୧୦: ଚଳିତ ବର୍ଷ ଅକ୍ଟୋବର ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଏମ୍‌ଏମ୍‌ଆର୍‌ଡିଏ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଥିବା ଗ୍ଲୋବାଲ ମେରିଟାଇମ୍‌ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ (ଜିଏମ୍‌ଆଇଏସ୍‌-୨୦୨୩)ର ତୃତୀୟ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ। ବିଶେଷକରି ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ୩ ଦିନିଆ ସର୍ବବୃହତ ସାମୁଦ୍ରିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏପରିକି ଭବିଷ୍ୟତର ବନ୍ଦର, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ଉପକୂଳ ଜାହାଜ ଚଳାଚଳ ଏବଂ ଆଇଡବ୍ଲ୍ୟୁଟି, ଜାହାଜ ନିର୍ମାଣ, ମରାମତି ଏବଂ ରିସାଇକ୍ଲିଂ, ଅର୍ଥ, ବୀମା ଏବଂ ମଧ୍ୟସ୍ଥତା, ସାମୁଦ୍ରିକ କ୍ଲଷ୍ଟର, ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା, ସାମୁଦ୍ରିକ ନିରାପତ୍ତା ଓ ସୁରକ୍ଷା ଏବଂ ସାମୁଦ୍ରିକ ପର୍ଯ୍ୟଟନ ଆଦି ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ସହ ଅଧିବେଶନର ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଉଦ୍‌ଘାଟନୀ ଅଧିବେଶନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷରେ ସମ୍ମିଳନୀର ଅଧିବେଶନରେ ଆର୍ମେନିଆ, ବାଂଲାଦେଶ, ବେଲାରୁସ୍‌, କୋମୋରୋସ୍‌, ଇରାନ, ଇଟାଲୀ, ଶ୍ରୀଲଙ୍କା, ତାଞ୍ଜାନିଆ, ତୁର୍କମେନିସ୍ତାନ, ଉଜବେକିସ୍ତାନ, ସ୍ପେନ୍‌ ଏବଂ ନେପାଳ ସମେତ ୧୨ଟି ଦେଶର ମନ୍ତ୍ରୀମାନେ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭାରତର ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୬ଜଣ ରାଜ୍ୟ ମନ୍ତ୍ରୀ ଓ ଉପରାଜ୍ୟପାଳ ଉପସ୍ଥିତ ରହିବେ।

Share