Categories: ବାଣିଜ୍ୟ

ବିଜିୟୁରେ ୩ ଦିନିଆ ଜାତୀୟ କର୍ମଶାଳା

ଭୁବନେଶ୍ୱର,୧୯।୩: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ), ନିଆଦିଲ୍ଲୀର କନ୍‌ସୋର୍ଟିୟମ ଫର୍‌ ଏଜୁକେଶନାଲ କମ୍ୟୁନିକେଶନ (ସିଇସି) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଇଣ୍ଟର ୟୁନିଭରସିଟି ସେଣ୍ଟର ଫର୍‌ ୟୁଜିସିର ମିଳିତ ସହଯୋଗରେ ଏକ ୩ ଦିନିଆ ଜାତୀୟ ଦିନିକିଆ କର୍ମଶାଳା ବିଜିୟୁ ପରିସରରେ ଆରମ୍ଭ ହୋଇଛି। ବିଶେଷକରି ‘ଟ୍ରାନ୍ସଫର୍ମିଂ ଇଣ୍ଡିଆ: ଦି ସିଗ୍ନିଫିକାନ୍ସ ଅଫ୍‌ ଡିଚିଟାଲ ଏଜୁକେଶନ ଇନ୍‌ ଆକମ୍ପ୍ଲିସିଂ ବିକଶିତ ଭାରତ-୨୦୪୭’ଶୀର୍ଷକ ବିଷୟବସ୍ତୁ ଉପରେ ଏହି ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିଇସି ନିର୍ଦ୍ଦେଶକ ପ୍ରଫେସର ଜେ.ପି.ନଡ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ କର୍ମଶାଳା ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜିୟୁ କୁଳପତି ପ୍ରଫେସର ଡ.ପି.ପି. ମାଥୁର, ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ଡ. ବି.କେ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସହ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଡିଜିଟାଲ ଶିକ୍ଷାର ଭୂମିକା ଉପରେ ସନ୍ଦର୍ଭ ଉପସ୍ଥାପନା କରିଥିଲେ। ଅପରପକ୍ଷରେ ନିଜ ନିଜ କ୍ଷେତ୍ରର ପାରଦର୍ଶିତା ଲାଭ କରିଥିବା ବକ୍ତାମାନେ ୬ଟି ଅଧିବେଶନ ମାଧ୍ୟମରେ କର୍ମଶାଳାର ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜ୍ଞାନରଞ୍ଜନ ମିଶ୍ର ପରିଚାଳନା କରିଥିଲେ।

Share