Categories: ବାଣିଜ୍ୟ

ଆଜିଠାରୁ ୩ ଦିନିଆ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ

ଭୁବନେଶ୍ୱର,୨୦।୪: ରାଜ୍ୟର ବିକାଶ ଓ ନୂଆ ବିଶ୍ୱ ପାଇଁ ଦକ୍ଷତା ପ୍ରଦର୍ଶନ କରିବା ଲକ୍ଷ୍ୟରେ ଗୁରୁବାରଠାରୁ ଏକ ୩ ଦିନିଆ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜନ ହେବାକୁ ଯାଉଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ-୨୦୨୩ରେ ୨୦୦୦ରୁ ଅଧିକ ଶିକ୍ଷାର୍ଥୀଙ୍କ ସମେତ ୧୦୦୦ରୁ ଅଧିକ ଶିଳ୍ପପତି ଏବଂ ୧୦୦ରୁ ଊର୍ଦ୍ଧ୍ୱ ବକ୍ତାଙ୍କ ସମେତ ୭ଟି ସ୍ବତନ୍ତ୍ର ପ୍ୟାନେଲ ଆଲୋଚନାଚକ୍ରର କାର୍ଯ୍ୟକ୍ରମ ରହିଛି। ଏପ୍ରିଲ ୨୦ରୁ ୨୨ ପର୍ଯ୍ୟନ୍ତ ଏହି ୩ ଦିନିଆ ଦକ୍ଷତା ଉତ୍ସବରେ ୧୫୦ରୁ ଅଧିକ ପ୍ରଦର୍ଶକ ଏବଂ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଓ ଶିଳ୍ପ ପ୍ରତିନିଧି ଉକ୍ତ ଉତ୍ସବରେ ସାମିଲହେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Share