Categories: ଖେଳ

ଓଡ଼ିଶା ଦଳର ୩ ଦିନିଆ ଚୟନ ଶିବିର

ବଲାଙ୍ଗୀର, ୮ା୮,(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମଠାରେ ସୋମବାର ଇଷ୍ଟଜୋନ ଚାମ୍ପିୟନଶିପ ପାଇଁ ଓଡ଼ିଶା ଦଳ ଚୟନ ଶିବିର ଉଦ୍‌ଘାଟିତ ହୋଇଛି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ତିନିଦିନିଆ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଶିବିରରୁ ଏପରି ଏକ ରାଜ୍ୟ ଦଳ ଚୟନ ହେବ ଯାହା କି କୋଲକାତାରେ ହେବାକୁ ଥିବା ଇଷ୍ଟଜୋନ ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବ। ଆଗାମୀ ଦିନରେ ଏହି ଖେଳାଳିମାନେ ଭାରତୀୟ ଜାତୀୟ ଦଳରେ ଯେପରି ସାମିଲ ହୋଇପାରିବେ ସେ ଦିଗରେ ନିଷ୍ଠାର ସହ ଅଭ୍ୟାସ ଜାରି ରଖନ୍ତୁ ବୋଲି ବିଧାୟକ ମିଶ୍ର କହିଥିଲେ।

Share