Categories: ବାଣିଜ୍ୟ

୩ ଦିନିଆ ପର୍ଯ୍ୟଟନ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର, ୨୩।୯: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ୩ଦିନିଆ ‘ପର୍ଯ୍ୟଟନ ମେଳା’ ଭୁବନେଶ୍ୱରର ହୋଟେଲ ପାଲ୍‌ ହାଇଟ୍ସ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜମ୍‌ ଆଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଣ୍ଟ, ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ମହସବିର୍‌ ହୁସେନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତ ପର୍ଯ୍ୟଟନ ମନ୍ତ୍ରଣାଳୟର ସହକାରୀ ନିର୍ଦ୍ଦେଶକ ରଶ୍ମି ସୋନିଆ ତିର୍କୀ, ରାଜସ୍ଥାନ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପୱନ ଜେନ୍‌, ସହକାରୀ ନିର୍ଦ୍ଦେଶକ ତେସେନା ଯାଦବ, ହିମାଚଳ ପର୍ଯ୍ୟଟନ ବିଭାଗର ସଞ୍ଜୀବ କୁମାର, ଗୁଜରାଟ ପର୍ଯ୍ୟଟନ ବିଭାଗର ସୁରବୀ ଶର୍ମା, ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗର ସୌରଭ ପାଣ୍ଡେ, ସ୍ୟାଣ୍ଡ୍‌ ପେ ବୁଲ୍ସ୍‌ ଟୁର୍‌ ଏବଂ ଟ୍ରଭେଲ୍‌ର ପରିଚାଳନା ନିର୍ଦ୍ଦେଶକ ଆଲୋକ ମହାରଣା ଏବଂ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସୁବ୍ରତ ଭୌମିକ୍‌ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅପରପକ୍ଷରେ ଏହି ମେଳା ୨୦୨୩ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିଭାଗ ସହ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଉକ୍ତ ମେଳାର ଆୟୋଜନ କରାଯାଉଛି। ଏ ସମ୍ପର୍କରେ ବ୍ଲୁ ଆଇ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ସୁବ୍ରତ ଭୌମିକ୍‌ କହିଛନ୍ତି, ପର୍ଯ୍ୟଟନ ମେଳା ହେଉଛି ଭ୍ରମଣପ୍ରେମୀଙ୍କ ମଧ୍ୟରେ ପର୍ଯ୍ୟଟନର ଉସତ୍ାହକୁ ବଢାଇବା ପାଇଁ ଏକ ଅଭିନବ ପ୍ରୟାସ। ଏହା ସହ ସମସ୍ତ ଆବଶ୍ୟକ ଟ୍ରାଭେଲ୍‌ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ଉକ୍ତ ମେଳାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ପର୍ଯ୍ୟଟନର ଉସତ୍ାହକୁ ବଢାଇବ। ଏହି ପ୍ରଦର୍ଶନୀ ଦ୍ୱାରା ଭ୍ରମଣ ବାଣିଜ୍ୟରେ ନୂତନ ଉନ୍ନତି ଆସିବା ସହ ମେଳାକୁ ଆସୁଥିବା ସମସ୍ତ ଭ୍ରମଣକାରୀ,ଅଂଶଗ୍ରହଣ କରୁଥିବା ଭ୍ରମଣ ବାଣିଜ୍ୟ ସଦସ୍ୟ ଏବଂ ଶିଳ୍ପ ସହ ଜଡିତ ଲୋକମାନଙ୍କ ସହିତ ନିଜର ଯୋଗାଯୋଗ ଓ ଶକ୍ତିଶାଳୀ ବ୍ୟବସାୟ ନେଟ୍‌ୱର୍କର ବିକାଶ କରିପାରିବେ। ଡ. ମହସବିର୍‌ ପର୍ଯ୍ୟଟନର ଭବିଷ୍ୟତ ବିଷୟରେ ବିସ୍ତୃତ ଆଲୋପାତ କରିବା ସହିତ ଓଡ଼ିଶା ତଥା ଭାରତରେ ମଧ୍ୟ ସମୃଦ୍ଧ ଏତିହ୍ୟ ରହିଛି ବୋଲି ସେ ମତପ୍ରକାଶ କରିଥିଲେ।

Share