ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ର୍ନିବାଚନ ଅନୁଷ୍ଠିତ ହେବ। ଏହି ଭୋଟ ଗ୍ରହଣ ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ କର୍ମଚାରୀଙ୍କୁ ମିଳିବା ନେଇ ପଞ୍ଚାୟତିରାଜ ସଚିବସମସ୍ତ ସଚିବ, ଆର୍ଡିସି ଓ ଜିଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
ଯେଉଁମାନେ ପଞ୍ଚାୟତ ନିର୍ବାଚନ ଭୋଟ ଦେବାକୁ ଆଗ୍ରହୀ ଥିବେ, ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ। ଏହା ପରେ ସରକାରୀ କର୍ମଚାରୀଙ୍କୁ ୩ ଦିନ ସ୍ପେଶାଲ କାଜୁଆଲ ଲିଭ୍ ଦିଆଯିବ। ଭୋଟ ପୂର୍ବଦିନ, ଭୋଟ ଦିନ ଏବଂ ପରଦିନକୁ ମିଶାଇ ମୋଟ ୩ ଦିନ ଛୁଟି ମିଳିବ। ଛୁଟିରେ ରହିଲେ ବି କର୍ମଚାରୀଙ୍କୁ ଦରମା ମିଳିବ ବୋଲି ଚିଠିରେ ଉଲ୍ଲେଖ ହୋଇଛି।