ତିରୁପୁର,୬।୧୦: ତାମିଲନୁଡୁର ତିରୁପୁର ଅଞ୍ଚଳରେ ବିଷାକ୍ତ ଖାଦ୍ୟ ଖାଇ ୩ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୧ଜଣ ଅସୁସ୍ଥ ହୋଇ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ବୁଧବାର ରାତିରେ ପିଲାମାନେ ଭାତ ସହ ରସମ ଏବଂ ଲଡ଼ୁ ଖାଇଥିଲେ। ପରେ ଝାଡ଼ାବାନ୍ତି ହୋଇଥିଲେ। ଗୁରୁବାର ସକାଳେ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତିରୁପୁର ଓ ଅବିନାଶୀସ୍ଥିତ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୮ରୁ ୧୩ ବର୍ଷ ବୟସର ୩ଜଣ ବାଳକଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଗୁରୁତର ଥିବା ଅନ୍ୟ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଖାଦ୍ୟ ନମୁନା ପରୀକ୍ଷା ପାଇଁ ପଠାଯିବା ସହ ଘଟଣାର ତଦନ୍ତ ଚାଳିଥିବା ତିରୁପୁର ଜିଲାପାଳ ଏସ୍. ବିନୀତ ପ୍ରକାଶ କରିଛନ୍ତି।