Categories: ଜାତୀୟ

କୋଠା ଭୁଶୁଡିବା ଘଟଣା: ୩ ମୃତ,୧୨ ଆହତ

ମୁମ୍ବାଇ,୨୮।୬: ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ କୁର୍ଲାର ନାଇକ ନଗରରେ ଏକ ୪ ମହଲା ପୁରୁଣା କୋଠା ଭୁଶୁଡି ପଡିଛି। ଦୁର୍ଘଟଣା ପରେ ଅନେକ ଲୋକ କୋଠା ତଳେ ପୋତି ହୋଇଯାଇଛନ୍ତି। କୋଠାଟି ଭୁଶୁଡ଼ିବା ମାତ୍ରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି କିଛି ଲୋକ କାନ୍ଥ ତଳେ ଚାପି ହୋଇ ରହିଥିବା ଜଣାପଡିଛି।
କୋଠା ଭୁଶୁଡ଼ିବା ସମ୍ପର୍କରେ ସୂଚନା ପାଇବା ପରେ ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକୁର ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ସହିତ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ କୁହାଯାଇଛି। ପୁରୁଣା କୋଠା ହୋଇଥିବାରୁ ଖାଲି କରିବାକୁ ନୋଟିସ ଜାରି କରାଯାଇଥିଲା, ଏହାସତ୍ତ୍ୱେ ଲୋକମାନେ ଏଠାରେ ରହୁଥିଲେ।

Share