ଗୁଆହାଟୀ, ୨୫।୬: ଆସାମରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଜଳ କମୁନାହିଁ। ୧୫ ଜିଲାର ୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ଏବେ ମଧ୍ୟ ପାଖାପଖି ୪ ଲକ୍ଷ ପାଣି ଘେରରେ ରହିଛନ୍ତି। ଅଦ୍ୟାବଧି ୩ ଜଣଙ୍କ ମୃତ୍ୟୁ ଘଟିଥିବା ଆସାମ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏଏସ୍ଡିଏମ୍ଏ) ପକ୍ଷରୁ ସୂଚନା ଦିଆଯାଇଛି। ବ୍ରହ୍ମପୁତ୍ର ନଦୀର ଜଳସ୍ତର କ୍ରମାଗତ ବଢ଼ୁଥିବାରୁ ତେଜପୁର ଏବଂ ନେମାଟିଘାଟ ଅଞ୍ଚଳରେ ସ୍ଥିତି ଅଣାୟତ ହୋଇଛି। ପ୍ରଭାବିତଙ୍କ ମଧ୍ୟରେ ୧,୬୭,୫୩୮ ଜଣ ମହିଳା ଓ ୫୩,୧୧୯ ପିଲା ରହିଛନ୍ତି।