Categories: ଜାତୀୟ

ମୋଦିଙ୍କ ରାଲିକୁ ଯାଉଥିବା ବସ୍‌ ଦୁର୍ଘଟଣାରେ ୩ ମୃତ

ବିଳାସପୁର, ୮ା୭: ଛତିଶଗଡ଼ର ରାୟପୁରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିକୁ ଯାଉଥିବା ଏକ ବସ୍‌ ବିଳାସପୁର ଜିଲାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଶୁକ୍ରବାର ସକାଳେ ବେଲତରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ୪୦ ଜଣ ଲୋକଙ୍କୁ ନେଇ ବସ୍‌ଟି ଅମ୍ବିକାପୁରରୁ ରାୟପୁର ରାଲିକୁ ଯାଉଥିଲା। ପ୍ରବଳ ବର୍ଷା ଯୋଗୁ ରାସ୍ତା ପାର୍ଶ୍ୱରେ ଛିଡ଼ାହୋଇଥିବା ଏକ ଟ୍ରକ୍‌କୁ ବସ୍‌ ଡ୍ରାଇଭର ସ୍ପଷ୍ଟ ଭାବେ ଦେଖିପାରି ନ ଥିଲେ। ଫଳରେ ବସ୍‌ଟି ଉକ୍ତ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା।

Share