Categories: ଜାତୀୟ

ଆନ୍ଧ୍ରପ୍ରଦେଶର ପାରମ୍ପରିକ ଲାଠିଯାତ୍ରାବେଳେ ଅଘଟଣ: ୩ମୃତ, ୫୦ଆହତ

କୁର୍ନୁଲ, ୨୫।୧୦: ଆନ୍ଧ୍ରପ୍ରଦେଶର ପାରମ୍ପରିକରି ଲାଠି ଯାତ୍ରା ବେଳେ ଘଟିଯାଇଛି ଅଘଟଣ। ଆନ୍ଧ୍ରର ଲୋକପ୍ରିୟ ଯାତ୍ରା ବନି ଫେଷ୍ଟିଭାଲରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଲୋକଙ୍କୁ କୁର୍ନୁଲର ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଦେବରାଗଟ୍ଟୁ ଆରେନା ଅଞ୍ଚଳରେ ବିଜବିୟାଦଶମୀ ଉପଲକ୍ଷେ ପାରମ୍ପରିକ ଲାଠିଯାତ୍ରା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଏହି ଲାଠିଯାତ୍ରାରେ ଲକ୍ଷାଧିକ ଜନସମାଗମ ହୋଇଥିଲା ।

Share