ଚେନ୍ନାଇ,୩୦।୧୨: ପ୍ରବଳ ବର୍ଷା ସମ୍ଭାବନା କାରଣରୁ ତାମିଲନାଡୁର ୪ ଜିଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏପର୍ଯ୍ୟନ୍ତ ବର୍ଷା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଆଘାତ କାରଣରୁ ୩ ଜଣ ଜୀବନ ହରାଇ ସାରିଲେଣି। ଅପ୍ରତ୍ୟାଶିତ ବର୍ଷା କାରଣରୁ ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ନିୟନ୍ତ୍ରଣ ମନ୍ତ୍ରୀ କେ କେ ଏସ୍ ଏସ୍ ଆର୍ ରାମଚନ୍ଦ୍ରନ କହିଛନ୍ତି।
ଚେନ୍ନାଇ, କାଞ୍ଚିପୁରମ, ଥିରୁଭାଲୁର ଏବଂ ଚିଙ୍ଗଲେପେଟ ଜିଲାରେ ରେଡ୍ ଆଲଟ ଜାରି କରାଯାଇଛି। ଆକଳନ କରାଯାଉଛି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏକ ଘୂର୍ଣ୍ଣି ଝଡ଼ କାରଣରୁ ରାଜଧାନୀରେ ୧୭ ସେମି ବର୍ଷା ହୋଇଛି। ଫଳରେ ପାଣି ଜମିବାରୁ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଗମ୍ଭୀର ପରିସ୍ଥିତି।
ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ରାତି ଏବଂ ଶୁକ୍ରବାର ପ୍ରବଳ ବର୍ଷା ହେବ। ଚେନ୍ନାଇ ଏବଂ ଏହାର ପଡ଼ୋଶୀ ଜିଲାରେ ବର୍ଷା ଜାରି ରହିବ।