Categories: ଜାତୀୟ

ତୀର୍ଥସ୍ଥାନକୁ ଯାଉଥିବା ବେଳେ ଧସିଲା ପାହାଡ଼, ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୧।୭: କେଦାରନାଥଙ୍କ ଦର୍ଶନ କରିବାକୁ ଯାଉଥିବା ବେଳେ ପାହାଡ଼ ଧସିବାରୁ ୩ ଜଣ ତୀର୍ଥ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୮ ଜଣ ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଦୁଇଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଅନ୍ୟଜଣେ ରୁଦ୍ରପ୍ରୟାଗର ବୋଲି ଜଣାପଡ଼ିଛି । ଉତ୍ତରାଖଣ୍ଡର ଗୌରିକୁଣ୍ଡ ଏବଂ ଚିରବାସା ରାସ୍ତାରେ ଏପରି ଦୁର୍ଘଟଣା ଘଟିଛି । ଏନେଇ ମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ତେବେ ଏନେଇ ରୁଦ୍ର ପ୍ରୟାଗ ପ୍ରଶାସନ ପାହାଡ଼ ଧସିବା ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତୀର୍ଥଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରଶାସନ ବାରମ଼୍ବାର ନିବେଦନ କରୁଥିବା ପ୍ରଶାସନ ସୋସିଆଲ ମିଡିଆ ଏକ୍ସ ଜରିଆରେ ସୂଚନା ଦେଇଛି ।

Share