ମ୍ୟାନମାରରେ ୩ ଥର ଭୂକମ୍ପ…

ନାପିଦ୍ୱ,୨୨।୬ : ମ୍ୟାନମାରରେ କ୍ରମାଗତ ତୃତୀୟ ଥର ପାଇଁ ବିଳମ୍ବିତ ରାତିରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭାରତୀୟ ସମୟ ରାତ୍ର ୨ଟା ୫୩ରେ କମ୍ପନ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଥିଲା। ତେବେ ଏପର୍ଯ୍ୟନ୍ତ କୌଣସି ଧନଜୀବନ ହାନୀ ସମ୍ପର୍କ ସୂଚନା ମିଳି ନାହିଁ।

ଗୁରୁବାର ମ୍ୟାନମାରର ୟାଙ୍ଗୋନରେ ୪.୫ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଛି। ଏହା ପୂର୍ବରୁ ରାତ୍ର ୨ଟା ୫୨ ୪.୨ ତୀବ୍ରତାଯୁକ୍ତ ଏକ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର କେନ୍ଦ୍ର ଭୂପୃଷ୍ଠର ୧୦ କିଲୋମିଟର ତଳେ ଥିଲା ବୋଲି କୁହାଯାଉଛି।

ମ୍ୟାନମାରର ୟାଙ୍ଗୋନରେ ରାତ୍ର ୧୧ଟା ୫୬ ରେ ପ୍ରଥମ ଭୂକମ୍ପନ ଅନୁଭୂତ ହୋଇଥିଲା।

Share