Categories: ଜାତୀୟ

ନିକୋବରରେ ୩ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ..

ପୋର୍ଟବ୍ଲେୟର,୯।୪ : ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁଯାୟୀ ରବିବାର ନିକୋବର ଦ୍ୱୀପପୁଞ୍ଜରେ ୩ ଘଣ୍ଟା ମଧ୍ୟରେ ୩ ଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ପ୍ରଥମ ଭୂକମ୍ପର ତୀବ୍ରତା ୪.୧ ମାପ କରାଯାଇଥିଲା, ଏହା ଅପରାହ୍ନରେ ୨ଟା ୫୯ ରେ ହୋଇଥିଲା ।

ଏଥି ସହିତ, ଦ୍ୱିତୀୟ କମ୍ପନର ତୀବ୍ରତା ରିଚ୍ଟର ସ୍କେଲରେ ୫.୩ ରେ ମାପ କରାଯାଇଛି । ଏହା ଅପରାହ୍ନ ୪ଟ ା୧ମିନିଟରେ ଅନୁଭୁତ ହୋଇଥିଲା। ସେହିପରି ଅପରାହ୍ନ ୫ଟା ୪୭ରେ ତୃତୀୟ ଭୂକମ୍ପ ଅନୁଭୁତ ହୋଇଥିଲା। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୫.୬ ଥିଲା।

Share