ଗଞ୍ଜେଇ ଭର୍ତ୍ତି ଟ୍ରକକୁ ସୁରକ୍ଷା ଦେଇ ଫସିଲେ ଅବକାରୀ ବିଭାଗର କର୍ମଚାରୀ

କୋରାପୁଟ,୧୮।୯(ସ୍ବ.ପ୍ର): କୋରାପୁଟ ଜିଲା ସୁଙ୍କି ଫାଣ୍ଡି ପୋଲିସ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ସୁରକ୍ଷା ଯୋଗାଉଥିବାବେଳେ ଅଭିଯୋଗରେ ଅବକାରୀ ବିଭାଗର ୩ ଜଣ କର୍ମଚାରୀଙ୍କୁ ଅଟକ ରଖିଛି। ରବିବାର ଆନ୍ଧ୍ରକୁ ଚାଲାଣ କରାଯାଉଥିବା ଗଞ୍ଜେଇ ଭର୍ତ୍ତି ଟ୍ରକକୁ ସେମାନେ ସୁରକ୍ଷା ଯୋଗାଉଥିବା ଜଣାପଡିଛି। ପଟ୍ଟାଙ୍ଗି ଥାନାରେ ଅବକାରୀ ବିଭାଗର ଜଣେ ଏଏସଆଇ ଓ ଦୁଇ କନେଷ୍ଟବଳକୁ ଅଟକ ରଖାଯାଇ ପୋଲିସ ପକ୍ଷରୁ ଜେରା କରାଯାଉଥିବା ସୁନାବେଡା ପୋଲିସ ଏସଡିପିଓ ମୋନଜ ବେହେରା ପ୍ରକାଶ କରିଛନ୍ତି। ଗତ କିଛିଦିନ ହେବ କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।

Share