ଆରମ୍ଭ ହେଲା ଯୁକ୍ତ ୩ ମୂଲ୍ୟାଙ୍କନ

ଭଞ୍ଜନଗର୩୦।୬(ଡି.ଏନ.ଏ)- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ଠାରୁ ଯୁକ୍ତ୩ ଷଷ୍ଠ ସେମିଷ୍ଟାର ପରୀକ୍ଷା ଖାତାର ମୂଲ୍ୟାଙ୍କନ ଆରମ୍ଭ ହୋଇଛି। ଏଥିସହ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଆଉ ୫ ସ୍ଥାନରେ ମଧ୍ୟ ମୂଲ୍ୟାଙ୍କନ ପ୍ରକ୍ରିୟା ଚାଲିଛି। ମୂଲ୍ୟାଙ୍କନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ସମସ୍ତ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। କେଏସ୍‌ୟୂବି କଲେଜ ଅଧ୍ୟକ୍ଷ ଡ଼. ନୀଳାଞ୍ଚଳ ମୁନିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୂଲ୍ୟାଙ୍କନ ଚାଲିଛି। ତାଙ୍କୁ ଅଧ୍ୟାପକ ଡ଼. ସୁବାସ ଚନ୍ଦ୍ର ପ୍ରଧାନ, ଆର.କେ. ଦାସ ସହଯୋଗ କରୁଛନ୍ତି।

ସୂଚନାଯୋଗ୍ୟ, ଲକ୍‌ଡ଼ାଉନ ପୂର୍ବରୁ ଯେଉଁ ବିଶ୍ୱବିଦ୍ୟାଳୟ ଷଷ୍ଠ ସେମିଷ୍ଟାର ପରୀକ୍ଷା କରିନାହଁାନ୍ତି, ସେହି ଛାତ୍ରୀଛାତ୍ରଙ୍କୁ ପୂର୍ବ ପରୀକ୍ଷା ମାର୍କକୁ ଦେଖି ଉନ୍ନିତ କରାଯିବ। ଯେଉଁ ବିଶ୍ୱବିଦ୍ୟାଳୟ ପରୀକ୍ଷା କରିଛି ସେଠି ମୂଲ୍ୟାଙ୍କନ ହେବ। ଲକ୍‌ଡ଼ାଉନ ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଷଷ୍ଠ ସେମିଷ୍ଟାର ପରୀକ୍ଷା ଶେଷ ହୋଇଯାଇଥିଲା। ତେଣୁ ବର୍ତ୍ତମାନ ମୂଲ୍ୟାଙ୍କନ ଚାଲିଛି।

Share