Categories: ଫୁରସତ

୩ ଫୁଟ୍‌ ୮ ଇଞ୍ଚର ଠେକୁଆ

ଡାରିଅସ୍‌ ଏକ ଠେକୁଆ। ହେଲେ ସାଧାରଣ ଠେକୁଆଠୁ ଏହା ଭିନ୍ନ। କାରଣ ଏହା ବେଶ୍‌ ବିରାଟକାୟ। ଆଉ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ଏହା ସବୁଠାରୁ ବଡ ଠେକୁଆ ଭାବେ ସ୍ଥାନ ପାଇଛି। ଏହାର ଉଚ୍ଚତା ୫ ଫୁଟ୍‌ ୮ ଇଞ୍ଚ ହୋଇଥିବା ବେଳେ ଓଜନ ୨୨ କି.ଗ୍ରା.ରୁ ଊର୍ଦ୍ଧ୍ୱ। ଏହାର ମାଲିକ ଆନେଟ୍‌ ଏଡଓ୍ବାର୍ଡ କହନ୍ତି, ‘ଡାରିୟସ୍‌ ବହୁତ ଖାଏ। ବର୍ଷକୁ ୨୦୦୦ଟି ଗାଜର, ୭୦୦ ସେଓ ଖାଇଦିଏ। ତା’ସହ ସ୍ବତନ୍ତ୍ର ଠେକୁଆ ଖାଦ୍ୟ ବି ତାକୁ ଦିଆଯାଏ। ଆଉ ଏଥିରେ ବାର୍ଷିକ ୪, ୮୯, ୬୯୯ ଟଙ୍କା ଖର୍ଚ୍ଚ ହୋଇଯାଏ। ଏତେ ବିରାଟକାୟ ହେଲେ ବି ଡାରିଅସ୍‌ ଏକ ଭଲ ପେଟ୍‌। ଏହାର ଦୁଇଟି ଛୁଆ ଅଛନ୍ତି। ସେମାନେ ବି ବାପା ଭଳି ଆକାରରେ ବଡ ହୋଇଛନ୍ତି। ଆଉ ଡାରିୟସଠାରୁ ବି ବଡ ହେବେ ବୋଲି ଆଶା କରାଯାଉଛି।’

 

 

Share