ହେମଗିରି,୧୫।୮(ଡି.ଏନ୍.ଏ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼-ଝାରସୁଗୁଡ଼ା ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ତୁହାକୁ ତୁହା ଲଗାଣ ବର୍ଷା ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ସୁନ୍ଦରଗଡ଼ ଜିଲା ଓ ଝାରସୁଗୁଡା ଜିଲାକୁ ସଂଯୋଗ କରୁଥିବା ଚାଉରିହମୁଲ ବ୍ରିଜ ଉପରେ ୨ରୁ୩ ଫୁଟ ପାଣି ପ୍ରବାହିତ ହେଉଛି। ଯାହାଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଏଥିଯୋଗୁ ବ୍ରିଜର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବା ସହ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସୂଚନା ମୁତାବକ ପ୍ରତି ବର୍ଷ ବର୍ଷା ଦିନ ଆସିଲେ ଏଭଳି ସମସ୍ୟା ଉପୁଜିଥାଏ। ତେଣୁ ଏଠାରେ ଏକ ବଡ଼ ବ୍ରିଜ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।