ପ୍ୟାରିସ୍, ୨୮ା୬ (ଏପି)- ପ୍ୟାରିସ୍ ସେଣ୍ଟ-ଜର୍ମେନ (ପିଏସ୍ଜି)ମହିଳା ଫୁଟ୍ବଲ ଟିମ୍ର ୩ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି। କୋଭିଡ୍-୧୯ ଟେଷ୍ଟରେ ସିନିୟର ମହିଳା ଦଳର ଜଣେ ଏବଂ ୧୯ ବର୍ଷରୁ କମ୍ ମହିଳା ଦଳର ୨ ଖେଳାଳିଙ୍କ ଫଳାଫଳ ପଜିଟିଭ ଆସିଥିବା ପିଏସ୍ଜି ପ୍ରକାଶ କରିଛି। ସିନିୟର ମହିଳା ଦଳର ଟ୍ରେନିଂ ସୋମବାରଠାରୁ ଆରମ୍ଭ ହେବ। ଚଳିତ ସପ୍ତାହ ପ୍ରାରମ୍ଭରେ ପୁରୁଷ ଦଳର ୩ଜଣ ଏବଂ ଜଣେ ସଦସ୍ୟ ଷ୍ଟାଫ୍ ଲକ୍ଡାଉନ୍ ସମୟରେ କରୋନାରେ ସଂକ୍ରମିତ ହୋଇଥିଲେ। ସେମାନେ କୌଣସି ଖେଳାଳିଙ୍କ ସଂସ୍ପର୍ଶରେ ଆସି ନ ଥିଲେ। ସଂକ୍ରମିତ ଖେଳାଳିଙ୍କୁ ବାଦ୍ ଦେଇ ଟ୍ରେନିଂ ଆରମ୍ଭ ହେବ ବୋଲି ପିଏସ୍ଜି କହିଛି।