କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩ ବିଦେଶୀ ମହିଳା ହେଲେ ଗର୍ଭବତୀ: ପ୍ରଶାସନର ଅକଲ ଗୁଡୁମ୍‌

ରାଞ୍ଚି,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩ ଜଣ ମହିଳା ଗର୍ଭବତୀ ହେବା ଖବର ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ରାଜନୈତିକସ୍ତରରେ ଚର୍ଚ୍ଚା ଜାରି ରହିଛି। ଏହି ଘଟଣା ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି। ଏଠାରେ ଥିବା ତବଲିଘ୍‌ ଜମାତ୍‌ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୩ ବିଦେଶୀ ମହିଳା ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଅକଲ ଗୁଡୁମ୍‌ ହୋଇଯାଇଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଶାରୀରିକ ଦୂରତା ଅବଲମ୍ବନ ଅପରିହାର୍ଯ୍ୟ ହୋଇଥିବାବେଳେ ସମ୍ପୃକ୍ତ ମହିଳାମାନେ କିଭଳି ଗର୍ଭବତୀ ହେଲେ ତାହା ଏବେ ପ୍ରଶାସନର ମୁଣ୍ଡବ୍ୟଥା ପାଲଟିଛି। ଘଟଣାର ତଦନ୍ତ ପାଇଁ ରାଞ୍ଚି ଜିଲାପାଳ ଛବି ରଞ୍ଜନ ଆଦେଶ ଦେଇଛନ୍ତି। ଏଥିଲାଗି ଜଣେ ଅତିରିକ୍ତ ଜିଲାପାଳଙ୍କୁ ନିଯୁକ୍ତ କରାଯାଇଛି। କେଉଁ କାରଣରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଶାରୀରିକ ଦୂରତା ଅବଲମ୍ବନ କରା ନ ଗଲା ସେ ଏହାର ଯାଞ୍ଚ୍‌ କରିବେ। ଏନେଇ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ପଚରାଉଚରା ଆରମ୍ଭ ହୋଇଛି। ଏହି କେନ୍ଦ୍ରରେ ୧୯ ଜଣ ବିଦେଶୀଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ରହିଛନ୍ତି। ସେମାନେ ତବଲିଘ୍‌ ଜମାତ୍‌ରେ ଯୋଗଦେଇଥିଲେ।

Share