ପଞ୍ଚାୟତ ନିର୍ବାଚନରେ ୩ ପୂର୍ବତନ ବ୍ଲକ ଅଧ୍ୟକ୍ଷା

କର୍ଲାମୁଣ୍ଡା,୨୭ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୧୪୩ ଟି ଓ୍ବାର୍ଡ ରହିଛି। ସେଥିମଧ୍ୟରୁ ଚଳିତ ପଞ୍ଚାୟତ ନିର୍ବାଚନରେ ରାଜପୁର ପଞ୍ଚାୟତର ସରପଞ୍ଚ ଭାବେ କୌଶଲ୍ୟା ରଣା ଓ ସାପଲହରା ପଞ୍ଚାୟତରେ ମଧ୍ୟ ସରପଞ୍ଚ ଭାବେ ରାଜେଶ୍ୱରୀ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି l ଅନ୍ୟ ପଟେ ଏହି ବ୍ଲକରେ ୧୨ଟି ପଞ୍ଚାୟତରେ ମୋଟ ୧୪୩ ଓ୍ବାର୍ଡ ମଧ୍ୟରୁ ୮୩ ୱାର୍ଡ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୫ଟି ଓ୍ବାର୍ଡରେ ସଂରକ୍ଷଣ ତାଲିକା ଅନୁଯାୟୀ ପ୍ରାର୍ଥୀ ନ ଥିବାରୁ ନାମାଙ୍କନପତ୍ର ଦାଖଲ ହୋଇ ପାରି ନ ଥିବା ସୂଚନା ମିଳିଛି। ତେବେ ଚଳିତ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ରହିଥିବାରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଅମୃତା ସାହୁ, କୁନି ସାହୁ ଓ, ମାଣିକ୍ୟ ସୁନା ପ୍ରମୁଖ ସମିତିସଭ୍ୟରେ ଜିତିବା ପାଇଁ ପ୍ରଚାର ଆରମ୍ଭ କରିଥିବା ଜଣାପଡ଼ିଛି।