ମହାନଦୀରେ ବୁଡ଼ିଗଲେ ୩ ସାଙ୍ଗ

କଟକ ଅଫିସ,୧୦ା୪: ମହାନଦୀର ଯୋବ୍ରାରେ ଗାଧୋଉଥିବା ବେଳେ ୩ ନାବାଳକ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଦୁଇ ନାବାଳକଙ୍କ ପତ୍ତା ମିଳୁନାହିଁ।

ରବିବାର ଅପରାହ୍ନରେ ଯୋବ୍ରା ଚୂନଭାଟି ଚାରିଘରିଆ ଅଞ୍ଚଳର ସାହିଲ, ରାଜ ଓ ଛୋଟୁ ଗାଧୋଇ ଯାଇଥିଲେ। ଗାଧୋଇବା ବେଳେ ଚୋରା ବାଲିରେ ତିନି ସାଙ୍ଗଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ତିନି ଜଣ ଯାକ ବୁଡ଼ି ଯାଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ଚେତା ଫେରିନାହିଁ। ତେବେ ରାଜ ଓ ଛୋଟୁଙ୍କ ପତ୍ତା ମିଳୁନାହିଁ। ଅଗ୍ନିଶମ ବିଭାଗ, ଓଡ୍ରାଫ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।  ଯୋବ୍ରାର ସେହି ଗଣ୍ଡରେ ପ୍ରବଳ ପାଣି ଥିବାରୁ ଖୋଜିବାରେ ଅସୁବିଧା ହେଉଛି। ସେଥିପାଇଁ ଯୋବ୍ରା ବ୍ୟାରେଜରେ ଗେଟ୍‌ ପକାଯାଇ ପାଣିକୁ ଅଟକାଯାଇଛି।

Share