ପିକ୍‌ନିକ୍‌ କରିବାକୁ ଯାଇଥିଲେ ୩ ସାଙ୍ଗ: ଶହେ ଫୁଟ୍‌ ତଳକୁ ଖସିଲା କାର

ଜୟପୁର,୧୭ା୧: ୩ଜଣ ସାଙ୍ଗ ଏକ କାର ନେଇ କୋରାପୁଟ ଜିଲା ଲମତାପୁଟ ଅଞ୍ଚଳକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। କାରଟି ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ କୋଲାବ କେନାଲ ଭିତରେ ଖସିପଡିଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଗଦାଧର ସାହୁ। ସେ ଜୟପୁରରେ ଏକ ମୋବାଇଲ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଭୁବନେଶ୍ୱରରେ ବୋଲି ଜଣାପଡିଛି। ଆହତ ୨ଜଣ ଜୟପୁର ଅଞ୍ଚଳର।
ମିଳିଥିବା ସୂଚନା ମୁତାବକ, ରବିବାର ଗଦାଧର, ପ୍ରଫୁଲ୍ଲ ମଲ୍ଲିକ ଓ ତାଙ୍କର ଜଣେ ସହଯୋଗୀ ଲମତାପୁଟ ଅଞ୍ଚଳକୁ ଏକ କାର(ନଂ.ଓଡି୧୦ଇ-୮୩୭୯) ଯୋଗେ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଅପରାହ୍ନରେ ସେମାନେ ଜୟପୁର ଫେରୁଥିଲେ। ସେତିକିବେଳେ ପୁରୁଣାଗଡ଼ ଦେଇ ଯାଇଥିବା କୋଲାବ କେନାଲ ନିକଟରେ ଏକ ସ୍କୁଟିକୁ ସାଇଡ ଦେବା ବେଳେ କାରଟି ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ ଖସି ପଡିଥିଲା। ଫଳରେ କାରଟି ସମ୍ପୂର୍ଣ୍ଣ ପାଣିରେ ବୁଡି ଯାଇଥିଲା। ଖବରପାଇ ଓଡ୍ରାଫ ଟିମ୍‌, ଦମକଳ କର୍ମଚାରୀ ଓ ଜୟପୁର ଟାଉନ ଥାନା ପୋଲିସ ପହଞ୍ଚି ଖୋଜାଖୋଜି ପରେ ପ୍ରଥମେ ପ୍ରଫୁଲ୍ଲ ଓ ତାଙ୍କ ସହଯୋଗୀଙ୍କୁ ଉଦ୍ଧାର କରିଥିଲେ। ପରେ ଗଦାଧରଙ୍କୁ ଉଦ୍ଧାର କରିଥିଲେ। ସେତିକିବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସ୍ଥାନୀୟ ଏସ୍‌ଡିପିଓ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ପ୍ରଫୁଲ୍ଲ ଓ ତାଙ୍କ ସହଯୋଗୀଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରହିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ଲାଗି ସରକାରୀ ଜମିରୁ ଉଚ୍ଛେଦ ପାଇଁ ନୋଟିସ୍‌ ପରେ ତାତିଲେ ଲୋକେ, ଶୋଭାଯାତ୍ରା ସହ ଘେରିଲେ ତହସିଲ

ପାଟଣା,୧୭।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପ୍ରଭାବିତ ଚେମେଣା, ଯମୁନାପଶି,ମୁରୁସୁଆଁ, ରାଜନଗର ପଞ୍ଚାୟତ ଆଦି ୧୮ ଟି...

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ

ଗଞ୍ଜାମ,୧୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଗୁରୁବାର ପାଳିତ ହୋଇଛି । ବିଜେଡି...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

‘ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ’: ସୈନିକମାନଙ୍କୁ ଏପରି ଆହ୍ୱାନ ଦେଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ସେନା ପ୍ରତିଷ୍ଠାନର ପୁରୁଣା ଭାବନାକୁ ପୁନରାବୃତ୍ତି କରି, ପାକିସ୍ତାନୀମାନଙ୍କୁ ସେମାନଙ୍କ ପିଲାମାନଙ୍କୁ “ହିନ୍ଦୁ ଓ ମୁସଲମାନମାନଙ୍କ...

Salary Hike: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ପୋଲିସ କର୍ମଚାରୀଙ୍କ ଦରମା ୫୫ହଜାର ଯାଏ ବୃଦ୍ଧି

ଭୁବନେଶ୍ୱର,୧୭।୪: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର...

ଭଡ଼ାରେ ରହୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ଷ୍ଟାର କ୍ରିକେଟର; ମାତ୍ର ୧୩ ବର୍ଷ ବୟସରୁ ଦୌଡ଼ିଥିଲା ପ୍ରେମର ଗାଡ଼ି…

ନୂଆଦିଲ୍ଲୀ,୧୭।୪: ଜଣଙ୍କୁ ୧୧ ବର୍ଷ ତ ଆର ଜଣଙ୍କୁ ୧୩। ହଁ, ଏହି ବୟସରେ ଉଭୟ ପରସ୍ପରକୁ ଜାଣିଥିଲେ, ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image