ଏଆଇସିସି ଷ୍ଟାର ପ୍ରଚାର ତାଲିକାରେ ଓଡ଼ିଶାରୁ ୩

ଭୁବନେଶ୍ୱର,୨୨।୧୦(ଅନିଲ ଦାସ): ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଶନିବାର ୪୦ ଜଣିଆ ଷ୍ଟାର ପ୍ରଚାର କମିଟି ଘୋଷଣା କରାଯାଇଛି। ଓଡ଼ିଶାରୁ ୩ ଜଣଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ବିହାର ରାଜ୍ୟ ପ୍ରଭାରୀ ଭକ୍ତ ଚରଣ ଦାସ ଏବଂ କୋରାପୁଟ ଏମ୍‌ପି ତଥା ଏଆଇସିସି ସାଧାରଣ ସମ୍ପାଦକ ସପ୍ତଗିରି ଉଲ୍ଲାକାଙ୍କ ନାମ ରହିଛି।

Share