Categories: ବାଣିଜ୍ୟ

ବିକ୍ରିହେବ ୩ ସରକାରୀ ଉଦ୍ୟୋଗ

ନୂଆଦିଲ୍ଲୀ,୨୭।୧୧: ଦେଶର ଜଣାଶୁଣା ସରକାରୀ ଉଦ୍ୟୋଗ କୋଲ୍‌ ଇଣ୍ଡିଆ, ହିନ୍ଦୁସ୍ଥାନ ଜିଙ୍କ୍‌ ଓ ରାଷ୍ଟ୍ରୀୟ କେମିକାଲ୍ସରେ ସରକାରୀ ଅଂଶଧନ ବିକ୍ରି ନେଇ କେନ୍ଦ୍ର ଯୋଜନା କରୁଥିବା ଜଣାପଡ଼ିଛି। ଏପରିକି ଉପରୋକ୍ତ ୩ କମ୍ପାନୀର ୫ରୁ ୧୦% ପର୍ଯ୍ୟନ୍ତ ଅଂଶଧନ ବିକ୍ରି କରିବା ଲାଗି ସରକାର ଯୋଜନା ରଖିଛନ୍ତି। ବିଶେଷକରି ଅଫର ଫର୍‌ ସେଲ୍‌ ମାଧ୍ୟମରେ ଉକ୍ତ ଉଦ୍ୟୋଗଗୁଡ଼ିକର ଅଂଶଧନ ଷ୍ଟକ୍‌ ବଜାର ଜରିଆରେ ବିକ୍ରି କରାଯିବ ବୋଲି ବ୍ଲୁମ୍‌ବର୍ଗ ପକ୍ଷରୁ କୁହାଯାଇଛି। ସେହିଭଳି ବ୍ଲୁମ୍‌ବର୍ଗର ଆକଳନ ଅନୁସାରେ ୩ ସରକାରୀ ଉଦ୍ୟୋଗରୁ ସରକାର ପ୍ରାୟ ୧୬,୫୦୦କୋଟି ଟଙ୍କା ପାଇବେ ବୋଲି ଆଶା କରାଯାଉଛି।

Share