ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲକାନଗିରି ମୁଖ୍ୟ ପୋଲିସ କାର୍ଯ୍ୟାଳୟ ପରିସରରେ ତିନିଜଣ ହାଡକୋର ମାଓବାଦୀ ଗୁରୁବାର ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଗୁଇନ୍ଦା ନିର୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଅତିରିକ୍ତ ନିର୍ଦେଶକ ଅପରେଶନ ଅମିତାଭ ଠାକୁର, ଡିଆଇଜି ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା ଅନିରଧ ସିଂ, କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସ୍ପି ନିତିଶ୍ ବାଧ୍ୱାନୀଙ୍କ ଉପସ୍ଥିତିରେ ତିନିଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମାଲକାନଗିରି ଜିଲା ମାଥିଲି ଥାନା ଅଞ୍ଚଳ କର୍ତନପାଲ୍ଲୀ ଗ୍ରାମ ପଞ୍ଚାୟତ ଦଲଦଲି ଗ୍ରାମର ମନୋଜ ଓରଫ ମୋତି ମାଢି, ପାଣ୍ଡୁ କବାସୀ, ଆଇତେ କାର୍ତାମୀ। ଏହି ତିନିଜଣଙ୍କ ମଧ୍ୟରୁ ମନୋଜ ଓ ପାଣ୍ଡୁ ୨୦୧୭ରେ ସିପିଆଇ ମାଓ ସଂଗଠନରେ ଯୋଗ ଦେଇଥିବା ବେଳେ ଆଇତେ ୨୦୨୨ରେ ମାଓ ସଂଗଠନରେ ଯୋଗ ଦେଇଥିଲେ।