ଆତ୍ମସମର୍ପଣ କଲେ ୩ ହାଡକୋର ମାଓବାଦୀ

ମାଲକାନଗିରି,୩୧।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ଏସ୍‌ପିଙ୍କ କାର୍ଯ୍ୟାଳୟରେ ବୁଧବାର ୩ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏ ନେଇ ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍‌ପି. ରିଷିକେଶ ଡି ଖିଲାରି ସୂଚନା ଦେଇଛନ୍ତି। ଏହି ତିନିଜଣଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ବିଜାପୁର ଜିଲା ବାସେଗୁଡା ଥାନା ଅନ୍ତର୍ଗତ ଚିନାତେରେମ ଗ୍ରାମର ମଇନୁ ଓରଫ ଶମ୍ଭୁ ଦୋଡି (୨୫)। ଅନ୍ୟଜଣେ ଛତିଶଗଡ ବିଜାପୁର ଜିଲା ଗାଙ୍ଗୁଲୁର ଥାନା ଅନ୍ତର୍ଗତ କର୍ନାଲ ଗ୍ରାମର ରାମା ଆପକା (୨୫)। ସେହିପରି ଜିଲା ଜଡାମ୍ବ ପଞ୍ଚାୟତ ବେଜିଙ୍ଗି ଗ୍ରାମର ରଘୁ ଖରା (୨୧) ଆତ୍ମସମର୍ପଣ କରିଛନ୍ତି।