ସୋର ଷ୍ଟେଶନରେ ୩ଘଣ୍ଟା ରେଳରୋକୋ

ସୋର, ୭।୬(ଡି.ଏନ୍‌.ଏ.) ବିଭିନ୍ନ ଏକ୍ସପ୍ରେସ ରହଣି ଦାବିରେ ସୋମବାର ସକାଳେ ସୋର ନାଗରିକ ମଞ୍ଚ ଆବାହକତ୍ୱରେ ସୋର ଲେଭଲକ୍ରସିଂ ନିକଟ ଧାରଣାରେ ରେଳରୋକୋ କରାଯାଇଥିଲା। ଏଥିରେ ବିଭିନ୍ନ ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ। ଫଳରେ ଦୀର୍ଘ ୩ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ ରହିଥିଲା। ଉଭୟପାର୍ଶ୍ୱରେ କେତେକ ଦୂରଗାମୀ ଟ୍ରେନ ଅଟକି ରହିବା ଯୋଗୁ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହିତ ହନ୍ତସନ୍ତ ହୋଇଥିଲେ। ଖଡ଼ଗପୁର ଡିଆରଏମ୍‌ ଅନ୍ୟ ଅଧିକାରୀଙ୍କ ଜରିଆରେ ମେସେଜ୍‌ ଦେବା ପରେ ସୋର ଅତିରିକ୍ତ ତହସିଲଦାର ସତ୍ୟଜିତ ମହାନ୍ତି ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳ ପହଞ୍ଚି ଆଲୋଚନା କରିଥିଲେ। ଆସନ୍ତା ୮ ତାରିଖରେ ଖଡ଼ଗପୁର ଡିଆର୍‌ଏମ୍‌ କାର୍ଯ୍ୟାଳୟରେ ଆଲୋଚନା ପାଇଁ ନିଷ୍ପତ୍ତି ନିଆଯିବାରୁ ରେଳରୋକୋକୁ ସ୍ଥଗିତ ଘୋଷଣା କରାଯାଇଥିଲା।
ମଧ୍ୟରେ ଦୀର୍ଘବର୍ଷ ହେଲା ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଏବଂ ହାୱଡ଼ା-ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଡାଉନ୍‌ ଟ୍ରେନ ଏଠାରେ ରହିଆସୁଥିଲା। କୋଭିଡ଼ କଟକଣା ଆଳରେ ଏହାର ରହଣିକୁ ବାତିଲ କରିଦିଆଯାଇଛି। ସେହିପରି ହାୱଡ଼ା-ଯଶୋବନ୍ତପୁର, ନନ୍ଦନକାନ ଏକ୍ସେପ୍ରେସ ସୋରରେ ରହଣି, ପାସେଞ୍ଜର ଟ୍ରେନଗୁଡ଼ିକରେ ସାଧାରଣ ଭଡ଼ା ନେବା, ଦ୍ୱିତୀୟ ପାଦଚଲା ପୋଲ ନିର୍ମାଣ, ପ୍ଲାଟଫର୍ମରେ କୋଚ୍‌ ଇଣ୍ଡିକେଟର ଲଗାଇବା, ଟିକେଟ କଳାବଜର ରୋକିବା ପାଇଁ ସିସିକ୍ୟାମେରା ଲଗାଇବା, ୨ ଓ ୩ ନମ୍ବର ପ୍ଲାଟଫର୍ମରେ ଥଣ୍ଡା ପାନୀୟ ଜଳ ଏବଂ ଘଣ୍ଟା ଲଗାଇବା ଆଦି ଦାବି ନେଇ ନାଗରିକ ମଞ୍ଚ ରେଳ ମନ୍ତ୍ରୀ ଅଶି୍ବନୀ ବୈଷ୍ଣବ, ଦକ୍ଷିଣପୂର୍ବ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏବଂ ବାଲେଶ୍ୱର ଜିଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଏହି ଆନ୍ଦୋଳନରେ ନାଗରିକ ମଞ୍ଚ ସଭାପତି ନେତ୍ରାନନ୍ଦ ରାଉତ, ସମ୍ପାଦକ ଡ.ନରହରି ନାୟକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ନବକିଶୋର ଦାସ, ଦମୋଦର ଦାଶ ମହାପାତ୍ର, ମନୋଜ କୁମାର ରାୟ, ବିଭିନ୍ନ ସଙ୍ଗଠନ ତରଫରୁ ଗୌରୀଶଙ୍କର ଘଡ଼େଇ, ଅଜିତ ନାୟକ, ଅଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ା...

ବସିବାକୁ କେନ୍ଦ୍ର କରି ହଟ୍ଟଗୋଳ: ବିକଶିତ ଗାଁ ବିକଶିତ ଓଡ଼ିଶା ବୈଠକ ବନ୍ଦ

କାଳିପଦା,୨୫।୪(ରାଜଶ୍ରୀ ପାଣିଗ୍ରାହୀ)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିକଶିତ ଗାଁ ବିକାଶିତ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ବୈଠକ ଆୟୋଜନ କରାଯାଇଥିଲା।...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ୫ ମାସ ୨୦ ଦିନରେ ଚୂଡ଼ାନ୍ତ...

ତାର ଉପରେ ଗଛ ପଡ଼ି ବିଦ୍ୟୁତ୍‌ ସରବରାହ ବନ୍ଦ

ଖଜୁରିପଡ଼ା,୨୫ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଡଲାବାଲି ଛକ ଖେଳପଡିଆଠାରେ ବିଦ୍ୟୁତ୍‌ ତାର ଉପରେ ଗୁରୁବାର ଗଛ ପଡ଼ି ଯିବାରୁ ଦୀର୍ଘ ୯ ଘଣ୍ଟା...

ଡାକ୍ତର ଦାମୀ ମେଡିସିନ ଲେଖିବା କୌଣସି ଅପରାଧ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ,୨୫।୪: ଡାକ୍ତର ଦାମୀ ମେଡ଼ିସିନ ଲେଖିବା କୌଣସି ଅପରାଧ ନୁହେଁ। ଏସବୁ କଲେ ଡାକ୍ତରଙ୍କ ବରୋଧରେ ଫୌଜଦାରୀ ମାମଲା ରୁଜୁ କରାଯାଇପାରିବ ନାହିଁ। ଏପରି ଗୁରୁତ୍ୱପୂର୍ଣ୍ଣ...

ଜଳକଷ୍ଟ ଭୋଗୁଛନ୍ତି ଗୁମୁରିଖୋଲ ଗ୍ରାମବାସୀ

ଖଜୁରିପଡ଼ା,୨୫ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପୀରିକୁଡି ପଞ୍ଚାୟତ ଗୁମୁରିଖୋଲ ଗ୍ରାମବାସୀ ବୈଶାଖ ମାସରେ ଜଳକଷ୍ଟ ଭୋଗୁଛନ୍ତି। ଏହି ଗାଁରେ ପିଇବା ପାଣି ଏକ ପ୍ରମୁଖ...

ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍‌ର ଖୋଳତାଡ଼

ବ୍ରହ୍ମପୁର,୨୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ପୁନଃତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ପରେ ଏବେ ବ୍ରହ୍ମପୁରରେ ଆସି...

ନିୟମକୁ ଅଣଦେଖା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଯାତ୍ରୀ ଥାଇ ଡିଜେଲ ଭର୍ତ୍ତି କରୁଛି ଲକ୍ଷ୍ମୀବସ୍‌, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୫ା୪(ଅରୁଣ ସାହୁ): ରାଜ୍ୟ ସରକାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟରକୁ ସୁବିଧା ଓ ଶସ୍ତାରେ ଯାତାୟାତ ପାଇଁ ଲକ୍ଷ୍ମୀବସ୍‌ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଅନେକ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image