୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି।

ତେବେ ଏହାର ପ୍ରଭାବରେ ରବିବାର ବର୍ଷା ଆରମ୍ଭ ହୋଇଛି। ଘଡ଼ଘଡ଼ି ସହ ବର୍ଷା ନେଇ ୧୨ ଜିଲାକୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ନିଂ ଜାରିକରାଯାଇଛି।ଏସବୁ ଜିଲାଗୁଡ଼ିକ ହେଲା କଟକ, ଖୋର୍ଦ୍ଧା, ଭୁବନେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ।
ଅନ୍ୟପକ୍ଷେକଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ନବରଙ୍ଗପୁର ଓ କେନ୍ଦ୍ରାପଡ଼ା ଜିଲାକୁ ସତକର୍କ କରାଯାଇଛି।

୨୬ ତାରିଖ ପରେ ପାଗରେ ପୁଣି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆସନ୍ତା ୨୩ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରୁଥିବା ପାଣିପାଗ ବିଭାଗ ସୂଚନା ମିଳିଛି।

Share