ଭଣ୍ଡାରିପୋଖରୀ,୨।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ସରପଦା ଗ୍ରାମରେ ମଙ୍ଗଳବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ପରିବାରର ୩ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି। ଗ୍ରାମର ବୃଦ୍ଧା ରମାମଣି ଓଝା( ୬୫)ଙ୍କ ୩ ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇ ଯାଇଛି। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନ ଥିଲେ ମଧ୍ୟ ଗ୍ୟାସ ଚୁଲାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବୃଦ୍ଧା ରମାମଣି ଗରିବ ଶ୍ରେଣୀର ହୋଇ ଥିବାରୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।