ନୂଆବର୍ଷ ପାଇଁ ନେଉଥିଲେ ବାର୍‌ହା ମାଂସ

ରାଜନଗର,୧ା୧(ଡି.ଏନ.ଏ.): ନୂଆବର୍ଷରେ ଭିତରକନିକା ଜାତୀୟ ଉଦ୍ୟାନରୁ ବାର୍‌ହା ଶିକାର କରାଯାଇ ମାଂସ ଚାଲାଣ କରାଯାଉଥିଲା। ଖବରପାଇ ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ କନିକା ରେଞ୍ଜ ଅଫିସର ମାନସ କୁମାର ଦାସଙ୍କ ନେତୃତ୍ୱରେ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ସୁନିଲ ରଞ୍ଜନ ରାଉତରାୟ, ଶ୍ରୀରାମ ମୁର୍ମୁଙ୍କ ସହିତ ବନ କର୍ମଚାରୀ ଖୋଳା ଚେକ୍‌ ଗେଟ୍‌ରେ ଜଗି ରହିଥିଲେ। ଡାଙ୍ଗମାଳ ପଟୁ ଆସୁଥିବା ବୋଲେରୋ(ନଂ. ଓଡି ୦୫ ଏପି ୩୭୯୬)କୁ କର୍ମଚାରୀମାନେ ଅଟକାଇ ତନଖି କରିବା ପରେ ଜରିରେ ଗୁଡା ହୋଇ ରଖାଯାଇଥିବା ୧୧ କେଜି ବାର୍‌ହା ମାଂସ ଜବତ କରିଥିଲେ। ଏହି ଘଟଣାରେ ବୋଲେରୋ ଡ୍ରାଇଭର ବାଙ୍କୁଆଳ ଗାଁର ଦୁର୍ଗା ଚରଣ ପାଢୀଙ୍କ ସହିତ ବରାଡିଆ ଗାଁର ଗୌରାଙ୍ଗ ସେଠୀ ଓ ପଟ୍ଟାମୁଣ୍ଡାଇ ଥାନା ବଡଝରିଆ ଗାଁର ସୁଶାନ୍ତ ଦାସଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ଗୌରାଙ୍ଗ ଜଣେ ନିୟମିତ ଶିକାରୀ। ନୂଆ ବର୍ଷରେ ମାଂସର ଚାହିଦା ଥିବାରୁ ଭିତରକନିକା ଜାତୀୟ ଉଦ୍ୟାନରେ ପଶି ସେ ଶୁକ୍ରବାର ରାତିରେ ବାର୍‌ହା ଶିକାର କରିଥିଲେ। ଶିକାର ପରେ ମାଂସକୁ ବୋଲେରୋରେ ପଟ୍ଟାମୁଣ୍ଡାଇ ଓ ଆଳି ନିଆଯାଉଥିଲା। କେଜି ପ୍ରତି ୫ଶହ ଟଙ୍କାରେ ମାଂସ ବିକ୍ରି ହୋଇଥାଆନ୍ତା ବୋଲି ଗୌରାଙ୍ଗ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ...

ବିଧାନସଭାରେ ଘଣ୍ଟା ବାଡେଇ, ତୂରୀ ଫୁଙ୍କି କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର,୨୧ା୩: ଶୁକ୍ରବାର ବିଧାନସଭା ଆରମ୍ଭରୁ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡ଼େଇ କଂଗ୍ରେସର ଜୋରଦାର ପ୍ରତିବାଦ କରିଛି। କଲା ଡ୍ରେସ...

ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା: ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

କର୍ଲାମୁଣ୍ଡା,୨୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡିଆଠାରେ ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା...

ବିନା ସେଫ୍ଟିରେ ଚାଲିଛି ପାଣି ଟାଙ୍କି ନିର୍ମାଣ

ଗଞ୍ଜାମ,୨୧ା୩(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଓ ୧୨ ଦାମୋଦରପୁର କାଳୀମନ୍ଦିରସ୍ଥିତ କଲେଜ ରୋଡ୍‌ଠାରେ ବହୁ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି...

ଆଜି ତାଣ୍ଡବ ରଚିବ କାଳବୈଶାଖୀ, ବିଜୁଳି-ଘଡ଼ଘଡ଼ି ସହ ହେବ…

ଭୁବନେଶ୍ୱର,୨୧ା୩: ରାଜ୍ୟରେ ଶୁକ୍ରବାର କାଳବୈଶାଖୀ ସମ୍ଭାବନା ରହିଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ ବୋଲି...

ଓଡ଼ିଶାର ଟପ୍ ୧୦ ମନ୍ଦିର

ଓଡ଼ିଶାରେ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି, ଯାହା ସ୍ଥାପତ୍ୟ, ସାଂସ୍କୃତିକ ମହତ୍ତ୍ୱ ଓ ଆଧ୍ୟାତ୍ମିକତା ପାଇଁ ଜଣାଶୁଣା। ନିମ୍ନରେ ଓଡ଼ିଶାର ଶ୍ରେଷ୍ଠ ୧୦ଟି ମନ୍ଦିରର ତାଲିକା...

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image