ଭୁବନେଶ୍ୱର,୨୫।୧(ବ୍ୟୁରୋ): ୨ ଓଡ଼ିଶା କ୍ୟାଡର ଏବଂ ଜଣେ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସରଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ ମିଳିଛି। ପୂର୍ବରୁ ଓଡ଼ିଶାର ବିଭିନ୍ନ ବିଭାଗରେ ସଚିବଭାବେ ଦାୟିତ୍ୱ ତୁଲାଉଥିବା ଉକ୍ତ ୩ ଅଧିକାରୀ ଏବେ କେନ୍ଦ୍ରୀୟ ଡେପୁଟେଶନରେ ରହିଛନ୍ତି। ଏହି ସମସ୍ତ ଅଫିସରଙ୍କୁ କେନ୍ଦ୍ରରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ୧୯୮୫ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଉପେନ୍ଦ୍ର ସିଂଙ୍କୁ କେନ୍ଦ୍ର ବୟନ ସଚିବଭାବେ ଦାୟିତ୍ୱ ମିଳିଛି। ୧୯୮୮ ବ୍ୟାଚ୍ ଗୁଜରାଟ କ୍ୟାଡର ଅଧିକାରୀ ବିଦ୍ୟୁତ୍ ବିହାରୀ ସ୍ବାଇଁ ଏମ୍ଏସ୍ଏମ୍ଇ ସଚିବ ହୋଇଥିବାବେଳେ ଜି.ଭି.ଭି. ଶର୍ମା ନ୍ୟାଶନାଲ ଅଥରିଟି କେମିକାଲ ଓ୍ବିପନ କନ୍ଭେନ୍ଶନର ଅଧ୍ୟକ୍ଷ ହୋଇଛନ୍ତି।