‘୩ ଇଡିଅଟ୍ସ’ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ଆମରି ଖାଁଙ୍କ ମୁଭି ‘୩ ଇଡିଅଟ୍ସ’ରେ ଲାଇବ୍ରେରିୟାନ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ସୁଟିଂ କରୁଥିବା ସମୟରେ ଏକ ଉଚ୍ଚ ବିଲଡିଂରୁ ଖସି ପଡ଼ିବା ପରେ ଅଭିନେତାଙ୍କର ମୃତ୍ୟୁ ହୋଇଛି। ଅଖିଲ ମିଶ୍ରାଙ୍କ ଆକସ୍ମିକ ଦେହାନ୍ତ ଖବର ଇଣ୍ଡଷ୍ଟ୍ରିରେ ଦୁଃଖର ଲହରୀ ସୃଷ୍ଟି କରିଛି ଏବଂ ପ୍ରଶଂସକମାନେ ଏହି ଖବରକୁ ବିଶ୍ୱାସ କରିପାରୁ ନାହାଁନ୍ତି।
ଇଟାଇଏମ୍ସର ଏକ ରିପୋର୍ଟ ଅନୁଯାୟୀ ଏହି ଅଭିନେତା ହାଇଦ୍ରାବାଦରେ ଏକ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଥିଲେ। ସେ ବାଲକୋନି ନିକଟରେ କାମ କରୁଥିବା ସମୟରେ ଏକ ଉଚ୍ଚ କୋଠା ଉପରୁ ଖସିପଡିଥିଲେ। ଯେତେବେଳେ ଅଖିଲ ଶେଷ ନିଶ୍ୱାସ ତ୍ୟାଗ କଲେ, ଅଖିଲଙ୍କ ପତ୍ନୀ ସୁଜାନ ବର୍ନର୍ଟ ହାଇଦ୍ରାବାଦରେ ଥିଲେ। ସେ କହିଛନ୍ତି ଯେ ମୋର ହୃଦୟ ଭାଙ୍ଗି ଯାଇଛି, ମୋ ଜୀବନ ସାଥୀ ଚାଲିଯାଇଛନ୍ତି।
ଅଖିଲ ଉତ୍ତରମ(ଉମେଦ ସିଂ ବୁନ୍ଦେଲା), ଉଡାନ, ସିଆଇଡି, ଶ୍ରୀମାନ ଶ୍ରୀମତି, ଭାରତ ଏକ ଖୋଜ, ରଜନୀ ଏବଂ ଅନ୍ୟାନ୍ୟ ଅନେକ ସିରିଏଲ ପରି ଅନେକ ଲୋକପ୍ରିୟ ଟେଲିଭିଜନ ଶୋ’ର ଏକ ଅଂଶ ଥିଲେ।

Share