ଜମ୍ମୁ,୩୦।୪(ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଶୁକ୍ରବାର ମାଇନ୍ ବିସ୍ଫୋରଣରେ ଭାରତୀୟ ସେନା ମେଜରଙ୍କ ସମେତ ୩ ଯବାନ ଆହତ ହୋଇଛନ୍ତି। କ୍ରିଷ୍ଣା ଗାଡ଼ି ସେକ୍ଟରରେ ସେନାର ନିୟମିତ ପାଟ୍ରୋଲିଂ ସମୟରେ ମାଇନ ବିସ୍ଫୋରଣ ହୋଇଥିଲା। ଆହତ ମେଜର ଗୁରୁଙ୍ଗ, ନାଏବ ସୁବେଦାର ଦଲବୀର ଏବଂ ହାବିଲଦାର ହୁକୁମଙ୍କୁ ଉଧାମପୁରର କମାଣ୍ଡ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଭୁଲ୍ବଶତଃ ଜଣେ ଯବାନ ମାଇନ ଉପରେ ଗୋଡ଼ ପକାଇଦେବାରୁ ଏହା ବିସ୍ଫୋରଣ ହୋଇଥିଲା ବୋଲି ପୋଲିସ କହିଛି।