କୋଲକାତା, ୩୧।୭ : ଶନିବାର ରାତିରେ ପଶ୍ଚିମବଙ୍ଗର ହାଓ୍ବଡ଼ା ଜିଲାରେ ଝାଡଖଣ୍ଡର ତିନି ଜଣ ବିଧାୟକଙ୍କୁ ପୋଲିସ ଅଟକାଇଥିଲା। ତାଙ୍କ ଗାଡିରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିଲା।
ଗୁପ୍ତଚର ଇନପୁଟ ଆଧାରରେ ବିଧାୟକ ଇରଫାନ ଅନସାରୀ, ରାଜେଶ କାଚ୍ଚାପ ଏବଂ ନମନ ବିକ୍ସାଲ କାଙ୍ଗେରି ଯେଉଁ ଗାଡିରେ ଯାତ୍ରା କରୁଥିଲେ ତାହାକୁ ପଞ୍ଚଲା ପୋଲିସ ଷ୍ଟେଶନ ଅନ୍ତର୍ଗତ ରାନହତି ଠାରେ ଜାତୀୟ ରାଜପଥ-୧୬ରେ ପୋଲିସ ଅଟକାଇଥିଲା। ଏହାପରେ କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ୩ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି। ଏବେ ସେମାନଙ୍କୁ ପୋଲିସ ପଚରାଉଚରା କରୁଛି। ରାଜ୍ୟରେ ସରକାରଙ୍କୁ ଅସ୍ଥିର କରିବା ଲାଗି ଭାଜପା ଏହି ଟଙ୍କା ମହାରାଷ୍ଟ୍ର ଭଳି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି।