Categories: ଜାତୀୟ

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଜୟପୁର,୮।୫: ରାଜସ୍ଥାନର ହନୁମାନଗଡରେ ଭାରତୀୟ ବାୟୁସେନା(ଆଇଏଏଫ୍‌)ର ମିଗ୍‌ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତେବେ ପାଇଲଟ ସାମାନ୍ୟ ଆହତ ହୋଇଥିବା ଆଇଏଏଫ୍‌ କହିଛି। ଦୁର୍ଘଟଣାର କାରଣ କ’ଣ ସେନେଇ ତଦନ୍ତ ଆରମ୍ଭ କରାଯାଇଛି। ଆଇଏଏଫ୍‌ ସୂତ୍ର ଅନୁଯାୟୀ, ମିଗ୍‌ -୨୧ ବିମାନ ସୁରଟଗଡରୁ ବିମାନ ଉଡ଼ାଣ କରିଥିଲା।

Share