୩ କି.ମି. ଜଙ୍ଗଲ ରାସ୍ତା ପିଚୁ ହେବ

ବଇଣ୍ଡା,୧୨।୬(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ାରୁ ମଇମୁରା ପଞ୍ଚାୟତକୁ ସଂଯୋଗ କରୁଥିବା ୧୧ କି.ମି. ଦୀର୍ଘ ତରଣ୍ଡା-କେଞ୍ଚୁଆନାଳି-ବିପ୍ରଡିହ ସଡ଼କର ଅବଶିଷ୍ଟ ୩ କି.ମି. ମାଟି ରାସ୍ତା ପିଚୁ ଢଳେଇ ହେବ। ଶନିବାର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ। ଏହାପରେ ଦୁଇ ପଞ୍ଚାୟତ ମଧ୍ୟରେ ଗମନାଗମନ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ବିଧାୟକ ଅଶାବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୦-୨୧ରେ ଉକ୍ତ ୧୧ କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପିଚୁ ଢଳେଇ କରାଯାଇଥିଲା। ତେବେ ରାସ୍ତା ମଝିରେ ୩ କିମି ଜଙ୍ଗଲ ଜମି ରହିଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ପିଚୁ ଢଳେଇରୁ ବାଦ୍‌ ଦିଆଯାଇଥିଲା। ତେବେ ପିଚୁ ପଡ଼ି ନ ଥିବା ୩ କିମି ରାସ୍ତାରେ ଗମନାଗମନା କରିବା ସମସ୍ୟା ସୃଷ୍ଟି କରୁଥିଲା। ଏ ସଂକ୍ରାନ୍ତରେ କେଞ୍ଚୁଆନାଳି ଗ୍ରାମବାସୀ ଆଠମଲ୍ଲିକ ବିଧାୟକଙ୍କଠାରୁ ଆରମ୍ଭ କରି ଜଙ୍ଗଲ ମନ୍ତ୍ରୀ, କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ, ସମ୍ବଲପୁର ଏମ୍‌ପିଙ୍କ ନିକଟରେ ଏକାଧିକ ଥର ଅଭିଯୋଗ କରିଥିଲେ। ତଥାପି କୌଣସି ସୁଫଳ ମିଳୁ ନ ଥିଲା। ଶନିବାର ବିଧାୟକ ସାଏ, ଆଠମଲ୍ଲିକ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏସ୍‌. କପ୍ଲା, ଧଣ୍ଡାତୋପା ରେଞ୍ଜର ବବ୍ରୁବାହାନ ସାହୁ, ଫରେଷ୍ଟର ସଞ୍ଜୟ ପ୍ରଧାନଙ୍କ ସମେତ ବନ ବିଭାଗର ଏକ ଟିମ୍‌ ଉକ୍ତ ଅଞ୍ଚଳ ଗସ୍ତ କରିଥିଲେ। ବାଦ୍‌ ପଡ଼ିଥିବା ୩ କିମି ରାସ୍ତା ପିଚୁ ଢଳେଇ ହେଲେ ଏହା ଉପରେ ନିର୍ଭର କରୁଥିବା କନ୍ତପଡ଼ା, ମଇମୁରା, ଟାପଢୋଲ ପଞ୍ଚାୟତବାସୀ ଉପକୃତ ହେବ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ବନଖଣ୍ଡ ଅଧିକାରୀ ଏହି ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ଡିଏଫଓ କପ୍ଲା କହିଛନ୍ତି, ଉକ୍ତ ୩ କିମି ରାସ୍ତା କିଭଳି ପିଚୁ ଢଳେଇ କରାଯିବ ସେ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଚିଠି ମାଧ୍ୟମରେ ଅବଗତ କରାଯିବ। ଏହାକୁ ମଞ୍ଜୁରୀ ମିଳିଲେ କାମ ଆରମ୍ଭ ହେବ।
ଅପରପକ୍ଷେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମୁଖ୍ୟ ଜୀବିକା କୃଷି। ହେଲେ ବନ୍ୟପ୍ରାଣୀଙ୍କ ଉପଦ୍ରବ ଯୋଗୁ ଚାଷ ଉଜୁଡ଼ିଯାଉଛି। ଜୀବନଜୀବିକା ପ୍ରଭାବିତ ହେଉଛି। ଏହାର ପ୍ରତିକାର କରିବାକୁ ଗ୍ରାମବାସୀ ବିଧାୟକଙ୍କ ନିକଟରେ ଦାବି କରିଥିଲେ। ସମସ୍ୟାର ସମାଧାନ ଲାଗି ବିଧାୟକ ଆଶ୍ୱାସନା ଦେଇଛନ୍ତି। ଜଙ୍ଗଲୀଜନ୍ତୁ ଉପଦ୍ରୁତ ଅଞ୍ଚଳରେ ସୋଲାର ତାରବାଡ଼ ଘେରାଇବାକୁ ବିଧାୟକ ବନଖଣ୍ଡ ଅଧିକାରୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri