ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩ କି.ମି. ଚଲାଇଲେ ଚାଷୀ

କରଞ୍ଜିଆ,୨୫ା୭(କବିତା ମହାନ୍ତ): ମୟୂରଭଞ୍ଜ ଜିଲା ଦୁଧିଆଣୀ ପଞ୍ଚାୟତର ବିଭିନ୍ନ ଗାଁରେ ଚାଷ ଜମିକୁ ଜଳଯୋଗାଣ ଦାବିରେ ଚାଷୀ ହାତୀବାରିସ୍ଥିତ ଦେଓନଦୀ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩ କି.ମି. ଚଲାଇଛନ୍ତି। ନିଅଣ୍ଟିଆ ବର୍ଷା କାରଣରୁ ଚାଷ ପଛେଇ ଯାଇଥିବାରୁ କେନାଲରେ ଜଳ ଯୋଗାଣ ଦାବିରେ ଚାଷୀମାନେ ଏହି ପନ୍ଥା ଅପଣେଇଥିବା କହିଛନ୍ତି। ପ୍ରକାଶ ଯେ, ଦେଓନଦୀ ବନ୍ଧରୁ ଉଭୟ ଦକ୍ଷିଣ ଓ ବାମ କେନାଲ ଯୋଗେ ୫ ଦିନ ପୂର୍ବରୁ ପାଣି ଛଡ଼ାଯାଇଛି। ଦେଓକେନାଲ ସଂଲଗ୍ନ ଦୁଧିଆଣୀ ପଞ୍ଚାୟତର ବିଭିନ୍ନ ଗାଁରେ କେନାଲ ପାଣି ନ ପହଞ୍ଚତ୍ବାରୁ ତଥା ସ୍ବଳ୍ପ ବର୍ଷା ଯୋଗୁ ଚାଷ କାର୍ଯ୍ୟ ଅରଗେଇ ପାରିନାହିଁ। ଏନେଇ ରବିବାର ହାତିବାରୀସ୍ଥିତ ଦେଓନଦୀ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀ ବିକ୍ରମ କେଶରୀ ମଲ୍ଲିକ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଦେଖିବାକୁ ଯାଇଥିବା ବେଳେ ପାଉଦିଆ ଗ୍ରାମର ବହୁ ଚାଷୀ ବନ୍ଧ ନିକଟରେ ତାଙ୍କୁ ଅଟକାଇଥିଲେ। କାହିଁକି ଜଳ ଯୋଗାଣ ହେଉନାହିଁ ବୋଲି ପଚାରିଥିଲେ। ପରେ ତାଙ୍କୁ ୩ କି.ମି. ଚଲାଇ ବନ୍ଧ ନିକଟକୁ ନେଇଥିଲେ। ଉଚ୍ଚ ଜମିକୁ କେନାଲ ଯୋଗେ ଜଳ ଯୋଗାଣ ସମ୍ଭବ ହେଉ ନ ଥିବା ଯନ୍ତ୍ରୀ ପ୍ରକାଶ କରିଥିଲେ। ଯେ ପର୍ଯ୍ୟନ୍ତ ସମସ୍ତେ ପାଣି ନ ପାଇବେ ସେ ପର୍ଯ୍ୟନ୍ତ କେନାଲରେ ପାଣି ନ ଛଡ଼ିବାକୁ ଚାଷୀ ଜିଦ୍‌ ଧରିଥିଲେ। ଖବର ପାଇ କରଞ୍ଜିଆ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକଙ୍କ ନେତୃତ୍ୱରେ ପୋଲିସ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ଯନ୍ତ୍ରୀ ମଲ୍ଲିକଙ୍କ ମତାମତ ମିଳିପାରିନାହିଁ।

Share