ଅଷ୍ଟ୍ରିୟା,୧୦ା୧୨: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏବେ ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଛି। ଏପରିସ୍ଥିତିରେ ଅଷ୍ଟ୍ରିୟାର ଅଧିକାଂଶ ଲୋକ କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି। ଏହି ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ମାସ୍କ ବ୍ୟବହାର ଏବଂ ଟିକାକରଣ ଏକମାତ୍ର ବିକଳ୍ପ। ଅଷ୍ଟ୍ରିୟାରେ ୧୪ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚିକାକରଣ ବାଧ୍ୟତାମୂଳକ କରାଯାଇଛି। ଟିକା ନେବାକୁ ମନା କଲେ ୩ ଲକ୍ଷ ଟଙ୍କା ଜରିମାନା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଓ୍ବଲଫ୍ଗାଙ୍ଗ୍ କହିଛନ୍ତି। କେବଳ ଗର୍ଭବତୀ ଏବଂ ସ୍ବାସ୍ଥ୍ୟ ସମସ୍ୟା ଥିବା କାରଣରୁ ଟିକା ନେଇ ନ ଥିବା ବ୍ୟକ୍ତିମାନଙ୍କଠାରୁ ଜରିମାନା ଆଦାୟ କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି।