Categories: ଖେଳ

ଭାରତୀୟ ମହିଳା ହକି ଦଳ ଖେଳାଳିଙ୍କୁ ୩ ଲକ୍ଷ ଲେଖାଏ ପୁରସ୍କାର

ଭୁବନେଶ୍ୱର, ୮। ୧୦(ସରୋଜ ଜେନା): ଏସିଆନ୍‌ ଗେମ୍ସ ୨୦୨୩ରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ମହିଳା ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ୩ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ଘୋଷଣା କରିଛନ୍ତି। ଶୁଭେଚ୍ଛା ଜଣାଇବା ସହ ଏହା ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତୀୟ ବିଜୟ ଇତିହାସରେ ଏହା ଆଉ ଏକ ଫର୍ଦ୍ଦ ଭାବରେ ଯୋଡ଼ିହୋଇଛି ବୋଲି କହିବା ସହ ଭାରତୀୟ ହକିର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସେ କହିଛନ୍ତି। ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ମହିଳା ଖେଳାଳିଙ୍କୁ ୩ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ୧.୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ହକିର ପ୍ରାୟୋଜକ ରହିଥିବା ଓଡ଼ିଶା ସରକାର ସ୍ବର୍ଣ୍ଣ ବିଜେତା ପୁରୁଷ ଦଳର ସମସ୍ତ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

Share