କୁଆଁରମୁଣ୍ଡା,୧୪ା୧୧(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ପୌରପାଳିକା କର୍ମଚାରୀ ବିଶ୍ୱଜିତ ସାମନ୍ତରାୟଙ୍କ ଘରୁ ୩ ଲକ୍ଷ ଭତ୍ତା ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।
ବିଶ୍ୱଜିତ ଗୁରୁବାର ପୌରପାଳିକାର ୬ ନମ୍ବର ୱାର୍ଡରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବଣ୍ଟନ କରିବା ପାଇଁ ୩ ଲକ୍ଷ ଟଙ୍କା ଉଠାଇ ଘରେ ଆଣି ରଖିଥିଲେ। ହେଲେ ବୁଧବାର ରାତିରେ ତାଙ୍କ ଘରୁ ଟଙ୍କା ଚୋରି ହୋଇଯାଇଛି। ଗୁରୁବାର ଲୋକଙ୍କୁ ଭତ୍ତା ଟଙ୍କା ବଣ୍ଟନ ହୋଇପାରି ନାହିଁ। ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ଏତଲା ହୋଇ ନ ଥିବା ଆଇଆଇସି ବନ୍ଦନା ପାତ୍ର ସୂଚନା ଦେଇଛନ୍ତି।