ବିବାହ ଏମିତି ଏକ ବନ୍ଧନ ଯେଉଁଥିରେ ଉଭୟ ସ୍ବାମୀ-ସ୍ତ୍ରୀ ସାତଜନ୍ମ ପାଇଁ ବାନ୍ଧି ହୋଇଥାନ୍ତି। ପରସ୍ପର ସୁଖ ଦୁଃଖରେ ଚଳିବା ପାଇଁ କରିଥାନ୍ତି ବଜ୍ର ଶପଥ। ଆମ ସମାଜରେ କିଛି ମହିଳା ସ୍ବାମୀଙ୍କ ସୁଖ ଦୁଃଖର ସାଥୀ ହୁଅନ୍ତି, ତାଙ୍କ ପ୍ରତିଟି କଥା ମାନିଥାନ୍ତି ଏବଂ ତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି। ଏପରି ସ୍ତ୍ରୀଙ୍କୁ ସମାଜ ଆଦର୍ଶ ସ୍ତ୍ରୀ ବୋଲି କହିଥାଏ। ମାତ୍ର ସ୍ବାମୀ ଯେତେବେଳେ ସ୍ତ୍ରୀଙ୍କ କଥା ମାନି ଚଳିଥାନ୍ତି, ସେତେବେଳେ ଏ ସମାଜ ତାଙ୍କୁ ସ୍ତ୍ରୀ ବୋଲକରା ବା ସ୍ତ୍ରୀ କଥାରେ ଉଠ୍ବସ୍ ହେଉଛି ବୋଲି କହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଅକ୍ଷରଧାରୀ ପୁରୁଷମାନେ ସ୍ତ୍ରୀଙ୍କ କଥାରେ ଉଠ୍ବସ୍ ହୋଇଥାନ୍ତି ବୋଲି ଶୁଣିବାକୁ ମିଳେ…
A- ଏହି ନାମର ପୁରୁଷମାନେ ସବୁବେଳେ ସ୍ତ୍ରୀଙ୍କ କଥା ଶୁଣନ୍ତି ଏବଂ ମାନିଥାନ୍ତି। ସର୍ବଦା ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବାକୁ ଯଥେଷ୍ଟ ଗୁରୁତ୍ୱ ଦେଇଥାନ୍ତି।
P- ଏହି ଅକ୍ଷର ନାମଧାରୀ ପୁରୁଷମାନେ ନିଜ ବୈବାହିକ ଜୀବନ ସୁଖମୟ ପାଇଁ ସବୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଥାନ୍ତି। ଏମାନେ ତାଙ୍କ ସ୍ତ୍ରୀଙ୍କୁ ଖୁବ୍ ଭଲ ପାଆନ୍ତି। ସ୍ତ୍ରୀଙ୍କ ପ୍ରତିଟି କଥାକୁ ସମ୍ମାନ ଜଣାନ୍ତି।
R- ଅକ୍ଷର ଥିବା ପୁରୁଷମାନଙ୍କର ଏକ ଭଲ ଗୁଣ ହେଲା ଏମାନେ ତାଙ୍କ ସ୍ତ୍ରୀକୁ କୌଣସି ପ୍ରକାରର ସମସ୍ୟା ଦେବାକୁ ଆଦୌ ଚାହିଁ ନ ଥାନ୍ତି। ଏମାନେ ଯେତେ ସମ୍ଭବ ନିଜ ସ୍ତ୍ରୀଙ୍କୁ କାମରେ ସହଯୋଗ କରିଥାନ୍ତି।