ମହିଳାଙ୍କ ଆଖିରୁ ବାହାରିଲା ୨ ସେମି ଲମ୍ବା ଜୀବନ୍ତ ପୋକ

ନୂଆଦିଲ୍ଲୀ,୨୨।୨: ନିକଟରେ ଆମାଜନ ଜଙ୍ଗଲରୁ ଫେରିଥିବା ଜଣେ ଆମେରିକୀୟ ମହିଳା ମାୟାସିସ ନାମକ ଏକ ଭିନ୍ନ ଧରଣର ଟିସୁ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଆଖିର ସଫଳ ଅସ୍ତ୍ରୋପଚାର ବେଳେ ୩ ଜୀବନ୍ତ ବଟଫ୍ଲାଇଜ (ପୋକ) ମିଳିଥିବା ଦିଲ୍ଲୀର ବେସରକାରୀ ହସ୍ପିଟାଲର ଅଧିକାରୀ ଦାବି କରିଛନ୍ତି।

୩୨ ବର୍ଷୀୟା ମହିଳାଙ୍କ ଆଖିରୁ ମିଳିଥିବା ପୋକମାନଙ୍କ ଲମ୍ବ ପାଖାପାଖି ଦୁଇ ସେଣ୍ଟିମିଟର ଥିଲା ବୋଲି ଡାକ୍ତରମାନେ କହିଛନ୍ତି।

ମାୟାସିସ୍‌ ହେଉଛି ଏଭଳି ଏକ ସଂକ୍ରମଣ, ଯାହାକି ଉଡିପାରୁଥିବା ଲାର୍ଭା (ମ୍ୟାଗୋଟ) ଦ୍ୱାରା ହୋଇଥାଏ। ଏଭଳି ସଂକ୍ରମଣ ଟ୍ରପିକାଲ ଓ ସବ୍‌ ଟ୍ରପିକାଲ ଅଞ୍ଚଳରେ ଦେଖିବାକୁ ମିଳେ। ଆଖି କୁଣ୍ଡେଇ ହେବା ସହ ଯନ୍ତ୍ରଣା ହେଉଥିବା ଅଭିଯୋଗ ସହ ହସ୍ପିଟାଲର ଜରୁରୀକାଳିନ ବିଭାଗରେ ଭର୍ତ୍ତି ହୋଇଥିଲେ ମହିଳା। ୪ରୁ ୬ ସପ୍ତାହ ହେଲା ଆଖି ପତାରେ କିଛି ରହିଥିବା ସେ ଅନୁଭବ କରୁଥିଲେ ବୋଲି ଫର୍ଟିସ ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share