ବଜ୍ରପାତରେ ୩ ଜୀବନ ଗଲା

ଉଦଳା,(ସନ୍ତୋଷ କୁମାର ବାଚ୍ଛିନୀ)/ବଡ଼ସାହି (ଦୀପକ ବୁଗୁଡେଇ/ସମ୍ବିତ କୁମାର ରାଉତ)/ ବାଙ୍ଗିରିପୋଷି(ସଞ୍ଜୟ ଅଗ୍ରଓ୍ବାଲ),୨୬।୭
ମୟୂରଭଞ୍ଜ ଜିଲା କପ୍ତିପଦା, ବଡ଼ସାହି ଓ ବାଙ୍ଗିରିପୋଷି ଅଞ୍ଚଳରେ ମଙ୍ଗଳବାର ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। କପ୍ତିପଦା ଥାନା ଅଧୀନ ପଥରସାହି ଗ୍ରାମର ବିରଞ୍ଚତ୍ ନାଏକ ସୋମବାର କୋଳିଅଳମ ଗ୍ରାମରେ ଚାଲିଥିବା ବିଲ କାମ ଦେଖିବାକୁ ଯାଇଥିଲେ। ବିଲ ନିକଟରେ ଥିବା ଗଛମୂଳେ ବସି କାମ ତଦାରଖ କରୁଥିବା ବେଳେ ବଜ୍ରପାତରେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ର୍ତ୍ତିି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ଅଧୀନ ସାନ ନୂଆଗଁା ଗ୍ରାମରେ ହଳ କରୁଥିବା ସମୟରେ ବଜ୍ରପାତରେ ଜଣେ ଛାଷୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପ୍ରଶାନ୍ତ ବିନ୍ଧାଣି(୫୦)। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ବାଙ୍ଗିରିପୋଷି ଥାନା ଅଧୀନ କୁସୁମବନ୍ଧ ଗ୍ରାମରେ ବଜ୍ରପାତ ଯୋଗୁ ବାବୁଲୁ ବେହେରା (୪୫)ଙ୍କ ମୃତ୍ୟୁ ହୋଇଛି। ସେ ଗଁା ନିକଟସ୍ଥ ଚାଷ ବିଲରେ କାମ କରୁଥିଲା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେଠାରେ କାମ କରୁଥିବା ଅନ୍ୟ ୨ ଜଣ ମଧ୍ୟ ଗୁରୁତର ହୋଇଥିବା ସୂଚନା ମିଳିଛି।