୩ ମାଓବାଦୀ ନିହତ

ମାଲକାନଗିରି,୧୩।୧୦ (ଡି.ଏନ.ଏ.): ମାଲକାନଗିରି ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ରହିଛନ୍ତି। ଖବରରୁ ଜଣାପଡିଛି ଜିଲାର ତୁଳସୀ ପାହାଡ଼ରେ ସକାଳୁ ଡିଭିଏଫ୍‌ ଓ ଏସ୍‌ଓଜି ଯବାନମାନେ ସଚ୍ଚର୍ର୍ ଅପରେଶନ କରୁଥିଲେ। ତେବେ ପୂର୍ବରୁ ପୂର୍ବରୁ ଲୁଚି ରହିଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଉଭୟପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ପରେ ଯବାନଙ୍କ ଗୁଳିର ସାମ୍‌ନା କରି ନ ପାରି ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଭିତରକୁ ଲୁଚି ପଳାଇଥିଲେ। ଯବାନମାନେ ଘଟଣାସ୍ଥଳ ଯାଞ୍ଚ କରିବା ସମୟରେ ୩ ଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା। ଗୁଳି ବିନିମୟରେ ଯବାନମାନଙ୍କ କିଛି କ୍ଷତି ହୋଇନାହିଁ। ମାଓବାଦୀଙ୍କ ଦ୍ବାରା ବ୍ୟବହୃତ ଗୋଟିଏ ଏସ୍‌ଏଲ୍‌ଆର୍‌ ବନ୍ଧୁକ ଓ ଗୋଟିଏ ଇନ୍‌ସାସ୍‌ ବନ୍ଧୁକ ସହ କିଛି ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।

Share