Advertisement

ଧରାପଡ଼ିଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି,୨୮ା୮(ସ୍ବ.ପ୍ର.): ମହାରାଷ୍ଟ୍ର ଗଡଚିରୋଲି ପୋଲିସ ହାତରେ ଧରାପଡିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ମହାରାଷ୍ଟ୍ର ସୀମାନ୍ତ କୋୟାର ଜଙ୍ଗଲରେ ଶନିବାର ସିଆରପିଏଫ୍‌-୬୦ବାହିନୀ ପକ୍ଷରୁ ମିଳିତ କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମାଓବାଦୀଙ୍କ ସହ ଯବାନ ମୁହାଁମୁହିଁ ହୋଇଥିଲେ। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ପରେ ୩ଜଣ ମାଓବାଦୀ ପୋଲିସ ହାତରେ ଧରା ପଡିଥିଲେ। ସେମାନେ ହେଲେ ରମେଶ ସୟାବି ପାଲ୍ଲୋ, ରେନୁ ନାରୋଟେ ଓ ଶଶୀ ସମରୁ ପୁଙ୍ଗାଟି । ଏମାନଙ୍କ ନାମରେ ପୂର୍ବରୁ ମହାରାଷ୍ଟ୍ର ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ତେଲଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ସମ୍ପୃକ୍ତ ମାଓବାଦୀମାନେ ଅନେକ ହିଂସା ଘଟାଇଥିବା ଗଡଚିରୋଲି ଏସ୍‌ପି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share