ସୀମାନ୍ତରୁ ଫେରାର ଥିବା ୩ ମାଓବାଦୀ ଗିରଫ

ମାଲକାନଗିରି, ୩୧।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା କୋଣ୍ଟା ପୋଲିସ ଓ ଡିଆର୍‌ଜି ଯବାନ ଫେରାର ଥିବା ୩ ମାଓବାଦୀଙ୍କୁ ମଙ୍ଗଳବାର ଗିରଫ କରିଛି। ଏମାନେ ହେଲେ ମଡକମ ଦେବା, ମଡକମ ହିଡମା ଓ ସୋୟମ ଜଗା ା ଏମାନେ ଗତ ଜାନୁୟାରୀ ୧୯ ତାରିଖରେ ମୁରଳିଗୁଡା ଗ୍ରାମରେ ବିଦ୍ୟୁତ୍‌ ବିଭାଗ ଓ ବଣ୍ଡାମାନଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାରେ ସ୍ଥାନୀୟ ଲୋକଙ୍କୁ ମାରପିଟ କରିବା ସହ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିଲେ। ଏଥିସହ ଗାଡ଼ିପୋଡ଼ି, ଆଇଡି ବିସ୍ଫୋରଣ ଭଳି ବହୁ ହିଂସାରେ ଜଡିତ ଥିଲେ। ପୋଲିସ ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, କୋଣ୍ଟା ପୋଲିସ ଓ ଡିଆର୍‌ଜି ଯବାନ ସୁନମଗୁଡ଼ା ଓ ମୁରଲିଗୁଡ଼ା ଅଞ୍ଚଳରେ କୋମ୍ବିଂ ଅପରେଶନ କରୁଥିବା ସମୟରେ ୩ ଜଣଙ୍କୁ ସନ୍ଦେହକରି ଗିରଫକରି କୋଣ୍ଟା ଥାନାରେ ରଖି ପଚରାଉଚୁରା କରିଥିଲେ। ତେବେ ପଚରାଉଚରାରୁ ଜଣାପଡିଥିଲା ଯେ, ଏହି ୩ ଜଣ ବିଗତ ଦିନରେ କେତେକ ମାଓବାଦୀ ମାମଲାରେ ଜଡିତ ଥାଇ ଫେରାର ଥିବା ମିଲିସିଆ ମାଓବାଦୀ ା

Share