Categories: ଖେଳ

ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର,୩୧ା୧(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଜାତୀୟ ଜୁନିୟର ଓ ସବ୍‌ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରତିଯୋଗୀ ମାନେ ୩ ପଦକ ହାସଲ କରିଛନ୍ତି। ୧୭ ବର୍ଷରୁ କମ ଶଟପୁଟରେ ସତ୍ୟନାରାୟଣ ଜେନା (୮.୧୮ ମିଟର) ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଟି-୧୧ ବର୍ଗର ୧୦୦ ମି. ଦୌଡରେ ଅବିନାଶ ସୌରା ରୌପ୍ୟ ଓ ଲମ୍ବ ଡିଆଁରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୩.୭୭ ସେକେଣ୍ଡର ସମୟ ନେଇ ସେ ରୌପ୍ୟ ପଦକ ହାସଲ କରିଥିବା ବେଳେ ୪.୫୯ ମିଟର ଦୂରତ୍ୱ ଅତିକ୍ରମ କରି ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Share