Categories: ଜାତୀୟ

ହୋଟେଲରେ ପରିବାରର ୩ ଜଣଙ୍କ ଆତ୍ମହତ୍ୟା

ଥ୍ରିଶୂର(କେରଳ ),୯ା୬: କେରଳର ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତଦେହ ଥ୍ରିଶୂର ଜିଲାର ଏକ ହୋଟେଲ ପ୍ରକୋଷ୍ଠରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତକ ହେଲେ ସ୍ବାମୀ ସ୍ତ୍ରୀ ଓ ସେମାନଙ୍କ ଝିଅ। ସେମାନେ କିଛିଦିନ ହେଲା ଉକ୍ତ ହୋଟେଲରେ ରହିଥିଲେ। ମୃତ୍ୟୁର ପୂର୍ବ ରାତିରେ ସେମାନେ ରୁମ୍‌ ଛାଡ଼ିବେ ବୋଲି ହୋଟେଲ କର୍ମଚାରୀଙ୍କୁ କହିଥିଲେ। ବାରମ୍ବାର ଡାକିବା ସତ୍ତ୍ୱେ ରୁମ୍‌ରୁ କୌଣସି ଜବାବ ନ ମିଳିବାରୁ କର୍ମଚାରୀମାନେ ପୋଲିସକୁ ଜଣାଇଥିଲେ। ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଥିବା ପୋଲିସ କହିଛି। ସେମାନେ କିଛିବର୍ଷ ହେବ ଚେନ୍ନାଇରେ ରହୁଥିଲେ ବୋଲି ହୋଟେଲ ରୁମ୍‌ରୁ ମିଳିଥିବା ପରିଚୟପତ୍ରରୁ ଜଣାପଡ଼ିଛି।

Share